କାଲିଠୁ ଡବଲ ହେଲମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: କାଲିଠୁ ଡବଲ ହେଲମେଟ ବାଧ୍ୟତାମୂଳକ। ପୂର୍ବ ନିଷ୍ପତ୍ତିନୁସାରେ ନୂଆ ବର୍ଷ ଅର୍ଥାତ ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ପିନ୍ଧିବେ ହେଲମେଟ୍ । ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ନିୟମ ଖିଲାପ କଲେ ଜୋରିମାନା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ।

ହେଲମେଟ ଚେକିଂ ପାଇଁ ଆସନ୍ତାକାଲିଠାରୁ କଡ଼ାକଡ଼ି ଚେକିଂ ହେବ । ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଂଚ ହେବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.

ବ୍ରେକିଂ