ଦ୍ୱାଦଶ ବୋର୍ଡ ଓ ପ୍ରବେଶିକା ପରୀକ୍ଷାକୁ ନେଇ ଆସନ୍ତାକାଲି ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ଭୟଭୀତ କଲାଣି କରୋନା ମହାମାରୀ । ସଂକ୍ରମଣ ଯୋଗୁଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ହୋଇପାରିନାହିଁ । ତେଣୁ ପରୀକ୍ଷା କେବେ ହେବ ସେ ନେଇ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଉଚ୍ଚ ସ୍ତରୀୟ ବୈଠକ କରିବେ ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ପରୀକ୍ଷା ବୋର୍ଡର ଚେୟାରମ୍ୟାନ୍ ତଥା ହିତାଧିକାରୀଙ୍କ ସହ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ନେଇ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ।

ଏନେଇ ଆସନ୍ତାକାଲି ଦିନ ୧୧.୩୦ରେ ଭର୍ଚୁଆଲ୍ ମିଟିଂ ଅନୁଷ୍ଠିତ ହେବ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ସେହିପରି ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ ଅନ୍ୟମାନଙ୍କ ମତାମତ ଲୋଡିଛନ୍ତି । ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଙ୍କ ସମେତ ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.

ବ୍ରେକିଂ