ପ୍ରବଳ ବର୍ଷା ଯୋଗୁଁ ଧର୍ମଶାଳାରେ ବନ୍ୟା ସୃଷ୍ଟି, ବ୍ୟାପକ କ୍ଷୟକ୍ଷତି

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ପ୍ରବଳ ବର୍ଷା  ହେବା ଯୋଗୁଁ  ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ଏଥିରେ ଭାଗସୁ ଗ୍ରାମର ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବନ୍ୟାଜଳରେ ବହୁ ଗାଡିମଟର ଭାସିଯାଇଛି  । ଏଥିସହିତ ମାନଝୀ ନଦୀରେ ବନ୍ୟାଜଳ ମାଡିଆସିବାରୁ ୧୦ରୁ ଅଧିକ ଦୋକାନ ଘର ମଧ୍ୟ ଭାସିଯାଇଛି।

ଭୀଷଣ ବର୍ଷା କାରଣରୁ ଶିମଳା ଜିଲାର ରାମପୁର ନିକଟରେ ଜାତୀୟ ରାଜପଥ ଅବରୁଦ୍ଧ ହୋଇଯାଇଛି । ଇତିମଧ୍ୟରେ ଉକ୍ତ ସ୍ଥାନକୁ ସଫାକରି ଯାତାୟତ ଉପଯୋଗୀ କରିବା କାର୍ଯ୍ୟ ଚାଲିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶରେ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ