ହିନ୍ଦୀ ଦିବସ: ଜାଣନ୍ତୁ ଏହାର ଇତିହାସ

ଭୁବନେଶ୍ଵର :  ସେପ୍ଟେମ୍ବର ୧୪ ରେ ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଏ।  ୧୪ ସେପ୍ଟେମ୍ବର ୧୯୪୯ ରେ ବିଧାନସଭା ହିନ୍ଦୀକୁ ଭାରତର ସରକାରୀ ଭାଷା କରିବାକୁ ନିଷ୍ପତ୍ତି ନେଇଥିଲା। ହିନ୍ଦୀ ଦିବସ ପ୍ରଥମେ ୧୪ ସେପ୍ଟେମ୍ବର ୧୯୫୩ ରେ ପାଳନ କରାଯାଇଥିଲା। ହିନ୍ଦୀ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ କଥିତ ଭାଷା ।  ହିନ୍ଦୀ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହିନ୍ଦୀ ଭାଷାର ସ୍ଥିତି ଏବଂ ବିକାଶ ଉପରେ ଧ୍ୟାନ ଦେବା ।

୧୯୨୫ କରାଚି ଅଧିବେଶନ ପରେ ହିନ୍ଦୀ ସାହିତ୍ୟ ସମ୍ମିଳନୀର ପ୍ରଭାବ ପରେ ଏହାକୁ ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଜାତୀୟ ଭାଷା କରିଦିଆଗଲା । ଏଥିପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପ ମୁସଲମାନ ସମେତ କଂଗ୍ରେସର ଅନେକ ସଦସ୍ୟଙ୍କୁ ନିରାଶ କରିଥିଲା ଓ ସାମ୍ପ୍ରଦାୟିକ କଳହକୁ ବଢାଇଦେଇଥିଲା । ଅନ୍ୟପକ୍ଷେ, ୧୯୦୬ ମସିହାରେ ଗଠିତ ହୋଇଥିବା ମୁସଲିମ୍ ଲିଗ୍ ଉର୍ଦ୍ଦୁକୁ ମୁସଲିମ୍ ପରିଚୟର ପ୍ରତୀକ ଭାବରେ ସମର୍ଥନ କରିଥିଲେ । ୧୯୪୬ ମସିହାରେ ଭାରତର ବିଭାଜନ ପରେ ପାକିସ୍ତାନରେ ଉର୍ଦ୍ଦୁ ମୁସଲିମଙ୍କ ପରିଚୟ ହୋଇଗଲା ।

ହିନ୍ଦୀ ସମର୍ଥକ ତଥା ହିନ୍ଦୁସ୍ତାନୀ ଗୋଷ୍ଠୀ ଶେଷରେ ଜବାହରଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କୁ ୨ ଟି ଭାଷା ମଧ୍ୟରୁ ଗୋଟିଏକୁ ଏକମାତ୍ର ଜାତୀୟ ଭାଷା ଭାବରେ ଗ୍ରହଣ କରିବାକୁ ଯୁକ୍ତି ବାଢିଥିଲେ । ଅନ୍ୟପକ୍ଷେ ହିନ୍ଦୀ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ ଓ ସରକାରୀ ଭାଷା ଭାବରେ ଇଂରାଜୀକୁ ବଜାୟ ରଖିବାକୁ ପସନ୍ଦ କରିଥିଲେ। ୧୯୪୯ମସିହାରେ ଭାରତୀୟ ସମ୍ବିଧାନ କମିଟି ଏକ ସମସ୍ୟାର ସମାଧାନ କରିଥିଲେ । ଏହି କମିଟି ମୁନ୍ସି-ଆୟାଙ୍ଗର ଭାବରେ ଜଣାଶୁଣା । ପରେ ଏହି କମିଟି ଦେବନାଗରୀ ଲିପିରେ ଥିବା ହିନ୍ଦୀକୁ ବିବେଚନା କରିଥିଲେ । କିଛି ସର୍ତ୍ତାବଳୀ ସହ ଏହାକୁ ଅନୁମତି ଦେଇଥିଲେ । କିନ୍ତୁ ସରକାରୀ ବ୍ୟବହାର ପାଇଁ ଇଂରାଜୀ ଭାଷାକୁ ମହତ୍ତ୍ବ ଦିଆଗଲା । ଜାନୁଆରୀ ୨୬, ୧୯୬୫ ପରେ ସମ୍ବିଧାନ ପ୍ରଭାବକୁ ଆସିବା ପରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ବିବେଚନା କରାଗଲା ।

Leave A Reply

Your email address will not be published.

ବ୍ରେକିଂ