ହୀରାକୁଦରେ ଆଉ ୪ ଗେଟ୍‌ ବନ୍ଦ, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦରେ ଖୋଲାଥିବା ୧୨ଟି ଗେଟ୍‌ରୁ ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି । ବର୍ତ୍ତମାନ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଉଥିବାରୁ ପର୍ଯ୍ୟାୟ କ୍ରମେ ଜଳଭଣ୍ଡାର ଗେଟ୍ ବନ୍ଦ କରାଯାଇଛି। ହୀରାକୁଦରେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୨୮.୩୩ ଫୁଟ୍ ରହିଛି।

ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ ହଜାର ୫୮୩ କ୍ଯୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୮ଟି ଗେଟ୍‌ ସମେତ ବିଭିନ୍ନ କେନାଲ, ପାୱାର୍‌ ଚ୍ୟାନେଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ପ୍ରାୟ ୨ ଲକ୍ଷ ୨୪ ହଜାର କ୍ୟୁସେକ୍‌ ମଧ୍ୟରେ ପାଣି ନିଷ୍କାସିତ ହେଉଛି।

Leave A Reply

Your email address will not be published.

ବ୍ରେକିଂ