ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିଲା

ସମ୍ୱଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା ।  ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଡ୍ୟାମ୍ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଦୁଇଟି ଗେଟ୍‌ ଖୋଲାଯାଇଥିଲା। ପରେ ୩ ଓ ୭ ନମ୍ୱର ଗେଟ୍‌ ଖୋଲିଥିଲା। ପର୍ଯ୍ୟାୟ କ୍ରମେ ୬ଟି ଗେଟ୍‌ ଖୋଲିଛି।

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ଏବେ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ତେଣୁ ହୀରାକୁଦର ଜଳ ସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ଗେଟ୍ ଖୋଲାଯାଇଛି ।

Leave A Reply

Your email address will not be published.

ବ୍ରେକିଂ