ଘୋଡା ଗାଡିରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରତ୍ନ ସିଂହାସନକୁ ବିଜେ ହେଲେ ତିନିଠାକୁର

ଦେବଗଡ଼:  ଦେବଗଡ ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରତ୍ନ ସିଂହାସନକୁ ବିଜେ କରିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ତିନି ଠାକୁରଙ୍କୁ ରଥରେ ଗୁଣ୍ଡିଚା ମନ୍ଦିରକୁ ନିଆ ନଯାଇ ଘୋଡା ଗାଡିରେ ମନ୍ଦିରକୁ ନିଅଯାଇଥିଲା । ପୂର୍ବତନ ବାମଣ୍ଡା ରାଜ୍ୟର ପରମ୍ପରା ଅନୁଯାୟୀ ଦେବଗଡରେ ଦୀର୍ଘ  ତିନି ଦିନ ଧରି ପବିତ୍ର ରଥାଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଥାଏ । ରଥଯାତ୍ରା ଦିନରେ ରାଜାଙ୍କ ଦ୍ୱାରା ଛେରା ପହଁରା  ସମସ୍ତ ରୀତି ନୀତି ଅନୁଯାୟୀ ତିନି ଠାକୁରଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡିରେ ପାଛୋଟି ନିଆଯିବା ସହ ରଥ ଉପରେ ସ୍ଥାପନା କରାଯାଇଥାଏ ।

ଦ୍ୱିତୀୟ ଏବଂ ତୃତୀୟ ଦିବସରେ ରଥକୁ ମାଉସୀ ମାଁ (ଶ୍ରୀ ଗୁଣ୍ଡିଚା) ମନ୍ଦିର ପର୍ଯ୍ୟନ୍ତ ଟଣାଯିବାପରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୂଖର ତିନି ଠାକୁର ରଥ ଉପରେ ହିଁ ଅବସ୍ଥାନ କରିଥାନ୍ତି ସେଠାରେ ତାଙ୍କର ଯଥା ରୀତି ପୂଜାର୍ଚ୍ଚନା କରାଯାଇଥାଏ । ଚତୁର୍ଥ ଦିବସ ପୂର୍ବାହ୍ନରେ ରଥ ଉପରୁ ତିନି ଠାକୁରଙ୍କର ଯଥା ରୀତି ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ । ଅନୁରୂପ ଭାବେ ବାହୁଡା ଯାତ୍ରା ମଧ୍ୟ ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହାଇକୋର୍ଟ ପୂରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥାଯାତ୍ରା କରିବାକୁ ବାରଣ କରିଥିଲେ   ଏହି ପରିପ୍ରେକ୍ଷୀରେ ଅତୀତର ବାମଣ୍ଡା ରାଜ୍ୟର ରାଜଧାନୀ ତଥା ବର୍ତ୍ତମାନ ଦେବଗଡ ଜିଲା ସଦର ମହକୁମା ଦେବଗଡରେ ରୀତୀ ନୀତିରେ ପରିବର୍ତ୍ତନ ଘଟିବା ସହ ଦୀର୍ଘ ୩୦୦ବର୍ଷର ପରମ୍ପରା ଭଙ୍ଗ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ