ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ଚତୁର୍ଦ୍ଧା ମୂରତି ବିଜେ କଲେ

ପୁରୀ: ଜନ୍ମବେଦୀକୁ ଗୋଟି ପହଁଣ୍ଡିରେ ଚତୁର୍ଦ୍ଧା ମୂରତୀ ବିଜେ କରିଛନ୍ତି । ଭାଇ-ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ବାହାରି ଆସିଥିବା ଜଗତର ନାଥ ଜଗନ୍ନାଥ ବିଜେ କରିଛନ୍ତି ଯଜ୍ଞବେଦୀକୁ । ତିନି ଠାକୁର ଆସିବା ପରେ ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ରଥ ଉପରେ ଅନ୍ୟାନ୍ୟ ନୀତି ପରେ ସଂଧ୍ୟା ଧୂପ କରାଯାଇ ତିନି ରଥରୁ ଘୋଡା ଫିଟାଯାଇଥିଲା । ପରେ ଚାରମାଳ ବନ୍ଧା ଯାଇଛି ।

ଚତୁର୍ଦ୍ଧା ମୂର୍ତିଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ନିଆଯାଇଛି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ତାପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ରାମକୃଷ୍ଣ, ମଦନମୋହନ ଓ ଚକ୍ରରାଜ ସୁଦର୍ଶନ ଆଡପ ମଣ୍ଡପକୁ ବିଜେ କରିବା ପରେ ରଥାରୁଢ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।

ସେବାୟତମାନେ ଗୋଟି ପହଣ୍ଡିରେ ବଡ ଠାକୁରଙ୍କୁ ଜନ୍ମବେଦୀକୁ ବିଜେ କରାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ ଏବେ ଆଡପମଣ୍ଡକୁ ପହଁଣ୍ଡିରେ ନିଆଯାଇଛି । ଗତକାଲି ଶ୍ରୀଜିଉଙ୍କର ଧାଡ଼ି ପହଣ୍ଡି ହୋଇଥିବା ବେଳେ ଆଜି ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ଯିବେ। ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି

Leave A Reply

Your email address will not be published.

ବ୍ରେକିଂ