ଗଳା ଯନ୍ତ୍ରଣା ଦୂର କରିବାକୁ ଆପଣାନ୍ତୁ ଏହି ସରଳ ଉପାୟ

ଶୀତଦିନେ ସର୍ଦ୍ଦି-ଥଣ୍ଡା ହେବା ସାଧାରଣ କଥା । ଅନେକ ଲୋକ ଏହି ସମୟ  ଗଳା ଯନ୍ତ୍ରଣା ଅନୁଭବ  କରନ୍ତି । ଏହି କାରଣରୁ ସେମାନଙ୍କୁ ଖାଇବାରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡେ । ତେବେ କରୋନା କୋହ ମଧ୍ୟରେ ଗଳା ଯନ୍ତ୍ରଣା ସମସ୍ୟାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଯଦି ଆପଣ ଏହି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର । ଏହାଦ୍ୱାରା ଆପଣ ଘରେ ବସି ଏହି ସମସ୍ୟାର ସମାଧାନ କରିପାରିବେ ।

ଲୁଣ ପାଣିରେ ଗାର୍ଗଲ୍ କରନ୍ତୁ

ଯଦି ଆପଣଙ୍କୁ ଗଳାରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗଲ କରନ୍ତୁ ।  ଏହା ଆପଣଙ୍କ ଗଳାକୁ ତୁରନ୍ତ ଆରାମ ପ୍ରଦାନ କରିବ । ଏଥିସହ, ଆପଣ ଗଳା ଯନ୍ତ୍ରଣାରୁ ମୁକ୍ତି ପାଇବେ ।

ମହୁ

ମହୁ ଏକ ଆଣ୍ଟିବାୟୋଟିକ୍ ଔଷଧ । ଏହା ପ୍ରାୟତଃ ପ୍ରତ୍ୟେକ ଘରେ ଉପସ୍ଥିତ ଥାଏ ।  ଚା ସହିତ ମହୁ ମିଶାଇ ପିଅନ୍ତୁ । ଯଦି ରାତିରେ କାଶ ହେତୁ ଆପଣଙ୍କର ଗଳା ଯନ୍ତ୍ରଣା ହୁଏ, ତେବେ ମହୁ ଖାଆନ୍ତୁ । ଏହା ଯନ୍ତ୍ରଣାରେ ଶୀଘ୍ର ଆରାମ ଦେଇଥାଏ ।

ବାମ୍ଫ

ଗରମ ପାଣିରେ ବାମ୍ଫ ନେବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ ।

ଶୁଖିଲା ଲଙ୍କା

ଶୁଖିଲା ଲଙ୍କାକୁ ମହୁ ସହିତ ଉଷୁମ ପାଣିରେ ମିଶାଇ ଏହାକୁ ପିଇବା  ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୁଏ ।  ଶୁଖିଲା ଲଙ୍କାରେ ରାସାୟନିକ ମିଶ୍ରଣ କପସିସିନ୍ ଥାଏ ଯାହା ଗଳାକୁ ଆରାମ ଦେଇଥାଏ ।

ଲେମ୍ବୁ ଏବଂ ପାଣି

ଏକ କପ୍ ପାଣିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଗାର୍ଗଲ୍ କରନ୍ତୁ ।  ଏହା ଏଭଳି ଏକ ଔଷଧ ଯାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ଏବଂ ଗଳା ଫୁଲା କମିଯାଏ ।

ହଳଦୀ ଏବଂ ପାଣି

ଅଧା ଚାମଚ ହଳଦୀ ଏବଂ ଅଧା ଚାମଚ ଲୁଣ ଏକ କପ୍ ଉଷୁମ ପାଣିରେ ମିଶାନ୍ତୁ । ଏହି ମିଶ୍ରଣକୁ ଗାର୍ଗଲ୍ କରନ୍ତୁ ।  ଏହା କରିବା ଦ୍ୱାରା ଗଳାରେ ଫୁଲିବା କମିବା ସହ ଯନ୍ତ୍ରଣା କମିଯାଏ ।

Leave A Reply

Your email address will not be published.

ବ୍ରେକିଂ