ଆଖି ତଳ କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଚକ୍ଷୁ ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ। ଏହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ସହ ଆଖିତଳ କଳାଦାଗ ଦୂର କରିବା ଦ୍ୱାରା ଏହାର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ। କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ। ଆଖି ତଳ କଳା ଦାଗକୁ ଦୂର କରିବା ପାଇଁ ସହଜ ଘରୋଇ ଉପାୟ ଜାଣନ୍ତୁ….

  • ବାହାରକୁ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାନ୍ତୁ ଏବଂ ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ।
  • ପର୍ୟ୍ୟାପ୍ତ ପରିମାଣରେ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ।
  • ଘରୁ ପଦାକୁ ଯିବା ପୂର୍ବରୁ ଆଖି ତଳେ ସନ୍‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରନ୍ତୁ ।
  • ନିୟମିତ ଭାବେ ୧ ମାସ ପର୍ୟ୍ୟନ୍ତ ବାଦାମ ତେଲ ଆଖି ତଳ କଳାଦାଗରେ ଲଗାଇଲେ ଲାଭ ମିଳିଥାଏ।
  • ଆଖି ତଳ କଳାଦାଗ ହେଉଥିଲେ କାଜଲ ନ ଲଗାଇବା ଉଚିତ, ଏହା କଳାଦାଗକୁ ଅଧିକ ଗାଢ଼ କରେ।
  • ନିୟମିତ ଭାବେ ଦିନକୁ ୫-୬ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ଛିଟା ମାରନ୍ତୁ। ଖରାରୁ ଆସିବା ପରେ ବରଫ ଘଷିଲେ ମଧ୍ୟ ଭଲ କିନ୍ତୁ ଶୀତରେ ଏହି କାରଣରୁ ଥଣ୍ଡା ଧରିବାର ଭୟ ରହିଛି।
  • ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ।
  • ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ।
  • ଆଳୁ ରସକୁ ଦିନକୁ ୨ ଥର କଳାଦାଗରେ ଲଗାଇଲେ ତାହା ଦୂର ହୁଏ।
Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ