ଜମ୍ମୁ-କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ହେଲିକପ୍ଟର ଖସିପଡ଼ିଥିବା ସୂଚନା ମିଳିଛି । ପାଇଲଟ ଓ କୋପାଇଲଟ ସୁରକ୍ଷିତ ଥିବା ବେଳେ ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦିନ ପ୍ରାୟ ୧୦ଟା ୨୦ରେ ବାୟୁସେନାର ହେଲିକାପ୍ଟର-୨୫୪ ଆର୍ମି ସ୍କ୍ୱାର୍ଡନ ମାମୁନ କ୍ୟାଣ୍ଟରୁ ଉଡାଣ ଭରିଥିଲା । ଡ୍ୟାମ ଆଖପାଖ ଅଞ୍ଚଳରେ କମ୍ ଉଚ୍ଚତାରେ ହେଲିକାପ୍ଟରଟି ଚକ୍କର ମାରୁଥିବା ବେଳେ ହଠାତ୍ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ