ଆସନ୍ତା ୨୬ ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କୋହଳ କରାଯାଇଛି । ତେଣୁ  ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି  । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବାକୁ SOP ଜାରି କରିଛି ଗଣଶିକ୍ଷା ବିଭାଗ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ ଦ୍ୱାର ପରିଚାଳିତ ସମସ୍ତ ହଷ୍ଟେଲ ଖୋଲିବ । ହଷ୍ଟଲରେ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଦୈନିକ ମେସ୍ ଏବଂ ଶୌଚାଳୟ ସାନିଟାଇଜ କରାଯିବ । ହଷ୍ଟେଲରେ ସ୍ୱାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିପାରିବେ । ହଷ୍ଟେଲ ମୁଖ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କରେ ରହିବେ । ଏହାସହ ସବୁ ହଷ୍ଟେଲରେ ଆଇସୋଲେସନ ରୁମରେ ବ୍ୟବସ୍ଥା ରଖିବାକୁ SOP ଜାରି ହୋଇଛି ।

Leave A Reply

Your email address will not be published.

ବ୍ରେକିଂ