ଲଞ୍ଚ ପାଇଁ ପ୍ରସ୍ତୁତ କରନ୍ତୁ ସିଝା ମାଛ ମସଲା

ଆବଶ୍ୟକ ସାମଗ୍ରୀ-

ମାଛ, ଲୁଣ, ସୋରିଷ ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଗରମ ମସଲା, କଂଚା ଲଙ୍କା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ପିଆଜ, ରସୁଣ, ଅଦା, ଦହି, ଜିରା, ଟମାଟୋ  ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ ହଳଦୀ ପାଉଡର, ଲଙ୍କା ପାଉଡର ଏବଂ ସୋରିଷ ତେଲ ପକାଇ ଗୋଳାଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର  ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ ।

ଦେଖିବେ ପିଆଜ ହାଲକା ଫ୍ରାଏ ହୋଇ ଆସିଲେ , ସେଥିରେ, କଟା ରସୁଣ, କଟା ଅଦା, କଟା କଂଚା ଲଙ୍କା ପକାଇ ମିକ୍ସ କରିବେ । ଏହାପରେ ସେଥିରେ କଟା ଟମାଟୋ ପକାଇ ଗୋଳାଇବେ । ଟମାଟୋ ମେଲ୍ଟ ହୋଇ ଆସିଲେ , ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବା ମାଛ ପକାଇ ମିକ୍ସ କରି ଘୋଡଣୀ ଘୋଡାଇବେ ।  କିଛି ସମୟ ପରେ ଘୋଡଣୀ କାଢି ସେଥିରେ ଅଳ୍ପ ଲୁଣ ପକାଇ ମିକ୍ସ କରି , ପୁଣି ମାଛକୁ ଭଲଭାବେ ସିଝିବାକୁ ଛାଡିବେ ।  ମାଛ ସିଝି ଆସିଲେ ସେଥିରେ  ଗରମ ମସଲା, ଅଳ୍ପ ଦହି, କଟା ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରି, ଗ୍ୟାସ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ସିଝା ମାଛ ମସଲା । ଏବେ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ