ଘର ତିଆରି କରନ୍ତୁ ଫୁଲ କୋବି ମଞ୍ଚୁରିଆନ୍

ଆବଶ୍ୟକ ସାମଗ୍ରୀ: ଫୁଲ କୋବି, ମଇଦା, କର୍ଣ ଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଲୁଣ, ତେଲ।

ମଞ୍ଚୁରିଆନ୍ ସସ୍‌ ପାଇଁ: ସରୁସରୁ ହୋଇ କଟା ହୋଇଥିବା ରସୁଣ, ଅଦା, କଞ୍ଚା ଲଙ୍କା, କ୍ୟାପ୍ସିକମ, ପିଆଜ, ସୋୟା ସସ, ରେଡ୍‌ ଚିଲି ସସ, ଭିନେଗାର, ଟମାଟୋ ସସ୍‌, ଚିନି ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: କୋବିକୁ ମଧ୍ୟମ ସାଇଜର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ। ଏହାକୁ ଗରମ ପାଣିରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଛାଣି ଦିଅନ୍ତୁ। ଏକ ପାତ୍ରରେ ମଇଦା, କର୍ଣ ଫ୍ଲୋର, ଲୁଣ, ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ତା’ପରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଗୋଳାନ୍ତୁ।  ମିଶ୍ରଣ ବହଳିଆ ହେବା ପରେ ଏଥିରେ କୋବି ଖଣ୍ଡଗୁଡ଼ିକୁ ପକାଇ ଭଲ ଭାବେ ଗୋଳାନ୍ତୁ। ତା’ପରେ ଚୁଲିରେ ପ୍ୟାନ ବସାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କୋବି ଖଣ୍ଡ ଗୁଡିକୁ ପକାଇ ସୁନେଲି ରଙ୍ଗ ହେବା ପରେ ଛାଣି ଦିଅନ୍ତୁ।

ପରେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ଏଥିରେ କଟା ଅଦା, ରସୁଣ ଓ ଲଙ୍କା ପକାଇ ୧ ରୁ ୨ ମିନିଟ ଯାଏ ଭାଜନ୍ତୁ । ବେଶୀ ଭଜିବେ ନାହିଁ। ନଚେତ ମଞ୍ଚୁରିଆନ୍ ପିତା ଲାଗି ପରେ। ଏବେ ଥିରେ ସରୁ ସରୁ ହୋଇ ହୋଇଥିବା ପିଆଜ ଓ କ୍ୟାପ୍‌ସିକମ୍‌ ପକାଇ ୧ରୁ ୨ ମିନିଟ ଯାଏ ଭାଜନ୍ତୁ। ପରେ ସେଥିରେ ସୋୟା ସସ୍ ପକାଇ ହାଲକା ଭାଜନ୍ତୁ। ଏଥିରେ ରେଡ୍‌ ଚିଲି ସସ, ଟମାଟୋ ସସ ଓ ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କିଛି ପାଣି ଦେଇ ଭଲଭାବେ ଗୋଳାନ୍ତୁ । ଏଥିରେ ଗୋଲ ମରିଚ ଗୁଣ୍ଡ ପକାନ୍ତୁ। ସସ ବହଳିଆ ହେବା ଯାଏ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ପରେ ଆଞ୍ଚ ବନ୍ଦ କରି ସସର ସ୍ୱାଦ ଚାଖନ୍ତୁ। ଆବଶ୍ୟକ ପଡିଲେ ନିଜ ସ୍ୱାଦ ଅନୁସାରେ ଲୁଣ ଦେଇ ପାରନ୍ତି।

ସସକୁ ୨ ରୁ ୩ ମିନିଟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପରେ ଏଥିରେ ଭଜା ହୋଇ ରଖିଥିବ କୋବି ଖଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ। ଏବେ ଏହାକୁ ପ୍ଲେଟକୁ କାଢି ଭାତ କିମ୍ବା ରୁଟି ସହ ପରଷନ୍ତୁ।

Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ