ଚିଲ୍ଲୀ କଙ୍କଡା

ଆବଶ୍ୟକ ସାମଗ୍ରୀ 

କଙ୍କଡା, କର୍ଣ୍ଣଫ୍ଲୋର, ମଇଦା, କାଶ୍ମୀର ରେଡ ଚିଲ୍ଲୀ ପାଉଡର, ଗୋଲମରିଚ ପାଉଡର , ଲୁଣ, ତେଲ, କଂଚା ଅଣ୍ଡା, ଧନିଆ ପତ୍ର,  ଭ୍ରୁସଙ୍ଗ ପତ୍ର, କଂଚା ଲଙ୍କା, ଅଦା, ରସୁଣ, ଟମାଟୋ ପ୍ୟୁରୀ, ଲଙ୍କା ପାଉଡର, ଚିଲ୍ଲୀ ସସ, ଟମାଟୋ ସସ, ସୋୟା ସସ ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ  କଙ୍କଡାକୁ ଧୋଇ ସଫା କରି ରଖିବେ । ତାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ମଇଦା, କାଶ୍ମୀର ରେଡ ଚିଲ୍ଲୀ ପାଉଡର, ଗୋଲମରିଚ ପାଉଡରକୁ ଏକାଠି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ପୁଣି ମିକ୍ସ କରିବେ । ତାପରେ ସେଥିରେ କଂଚା ଅଣ୍ଡା, ଅଦା, ରସୁଣ ପେଷ୍ଟ ପକାଇ ଭଲଭାବେ ଗୋଳାଇବେ । ତାପରେ ସେଥିରେ ରଖିଥିବା କଙ୍କଡା ପକାଇ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା କଙ୍କଡା ପକାଇ ଫ୍ରାଏ କରି, ଏକ ପାତ୍ରରେ ରଖିବେ ।

ତାପରେ ଗ୍ୟାସରେ ଆଉ ଏକ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଭ୍ରୁସଙ୍ଗ ପତ୍ର,  କଟା ରସୁଣ, କଟା କଂଚା ଲଙ୍କା, କଟା ଅଦା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ କଷିବେ । ଟମାଟୋର କଂଚା ବାସ୍ନା ଯିବା ପରେ ସେଥିରେ, ଲୁଣ, କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଫ୍ରାଏ କରି ରଖିଥିବା କଙ୍କଡା ପକାଇ ମିକ୍ସ କରିବେ । ତାପରେ ସେଥିରେ ଲଙ୍କା ପାଉଡର, ଚିଲ୍ଲୀ ସସ, ଟମାଟୋ ସସ, ସୋୟା ସସ ପକାଇ ଗୋଳାଇ, ଗ୍ୟାସ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଚିଲ୍ଲୀ କଙ୍କଡା । ଏବେ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ