କମ ସମୟରେ ବନାନ୍ତୁ ଦଲିଆ ଖେଚୁଡି
ରୋଷେଇ: ବ୍ୟସ୍ତ ବହୁଳ ଜୀବନ ଭିତରେ ସାଧାରଣତଃ ଖାଦ୍ୟପେୟ ଉପରେ ବିଷେଷ ଧ୍ୟାନ ଦେଇ ହୋଇ ନଥାଏ। ଯାହା ପରବର୍ତ୍ତୀ ସମୟରେ ଆମ ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ। ସମୟକୁ ଦଷ୍ଟିରେ ରଖି ଆମେ ଅନେକ ଥର ଚାଉଳ ପ୍ରସ୍ତୁତ ଖେଚୁଡି ପ୍ରସ୍ତୁତ କରି ଖାଇବାକୁ ଭଲ ପାଇଥାଉ।
ଆଜି ଆମେ ଆଉ ଏକ ଖେଚୁଡି ବିଷୟରେ କହିବାକୁ ଯାଉଛୁ ।ତାହା ହେଉଛି ଦଲିଆରେ ତିଆରି ଖେଚୁଡି। ଯାହା ସ୍ୱାସ୍ଥ୍ୟପାଇଁ ବେଶ ଉପଯୋଗୀ।
ଦଲିଆ ଖେଚୁଡି ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ
ଦଲିଆ, ଫୁଟଣ, ଭୁର୍ସୁଙ୍ଗ ପତ୍ର, କଟା ପିଆଜ, କଟା ଟମାଟୋ, କଟା ବିନ୍ସ, କଟା ଗାଜର, ଫୁଲକୋବି ମକା, ଗ୍ରୀନ୍ ମଟର, ଚିନାବାଦାମ୍, ଗଜାମୁଗ, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ୨୦୦ ଗ୍ରାମ ଦଲିଆରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଫୁଟଣ, ଭୁର୍ସୁଙ୍ଗ ପତ୍ର, କଟା ପିଆଜ ଓ କଟା ଟମାଟୋ ପକାଇ ଭାଜନ୍ତୁ। ଏସବୁ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ କଟା ବିନ୍ସ, ଛୋଟ ଛୋଟ ଖଣ୍ଡ ହୋଇଥିବା ଫୁଲକୋବି, ମକା, ଗ୍ରୀନ୍ ମଟର, , ଚିନାବାଦାମ୍ ଓ ଗଜାମୁଗ ପକାନ୍ତୁ। ଏହାପରେ ହଳଦୀ ଗୁଣ୍ଡ, କଟାଗାଜର ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଦେଇଦିଅନ୍ତୁ। ପାଣି ଫୁଟିବା ପରେ ସିଝା ଦଲିଆ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଡ଼ଣୀ ଘୋଡେଇ ଦିଅନ୍ତୁ। ୫ ରୁ ୭ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଟେଷ୍ଟି ଆଣ୍ଡ ହେଲ୍ଦି ଦଲିଆ ଖେଚୁଡ଼ି। ତା ପରେ ଗରମା ଗରମ ପ୍ଲେଟରେ ନିଜ ପ୍ରିୟଜନଙ୍କ ପରସିବା ସହ ନିଜେମଧ୍ୟ ଟେଷ୍ଟ କରନ୍ତୁ।