ଫିସ୍ ପକୋଡା

 ଆବଶ୍ୟକ ସାମଗ୍ରୀ 

ମାଛ ପେଟି ପିସ୍‌, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା, ଟମାଟୋ, ପିଆଜ, ରସୁଣ, ଅଦା, ଧନିଆ ପତ୍ର, କଂଚା ଲଙ୍କା, କର୍ଣ୍ଣଫ୍ଲୋର, ବେସନ, ଲେମ୍ବୁ ରସ,ତେଲ ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ମାଛର ପେଟି ପିସ୍‌କୁ ନେଇ ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା ପକାଇ ଭଲଭାବେ ଗୋଳାଇବେ । ଏହାପରେ ଟମାଟୋ, ପିଆଜ, ରସୁଣ, ଅଦା, ଧନିଆ ପତ୍ର, କଂଚା ଲଙ୍କାକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ  ଗ୍ରାଇଣ୍ଡିଂ କରିଥିବା ମିଶ୍ରଣକୁ ନେଇ  ଗୋଳାଇ ରଖିଥିବା  ମାଛରେ ପକାଇ ଭଲଭାବେ ଗୋଳାଇବେ । ଏହାପରେ ଆଉ ଏକ ପାତ୍ର ନେଇ ସେଥିରେ କର୍ଣ୍ଣଫ୍ଲୋର, ବେସନ ନେଇ ମିକ୍ସ କରି, ସେଥିରେ ଅଳ୍ପ ଅଳ୍ପ ପାଣି ପକାଇ ମିକ୍ସ କରି,ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ସେଥିରେ ଅଳ୍ପ ଲୁଣ ଏବଂ ଲଙ୍କା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଗୋଳାଇ ରଖିଥିବା ମାଛକୁ ନେଇ ଏହି ମିଶ୍ରଣରେ ପକାଇ ଭଲଭାବେ ଗୋଳାଇବେ ।

ତାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମାଛ ପକାଇ ଫ୍ରାଏ କରିବେ ।  ମଧ୍ୟମ ଆଂଚରେ ଏହାକୁ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଫ୍ରାଏ ହୋଇଗଲେ ,ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ତା ଉପରେ କିଛି କଟା ପିଆଜ, କଟା ଧନିଆ ପତ୍ର ଏବଂ ଲେମ୍ବୁ ରସ ପକାଇବେ । ପ୍ରସ୍ତୁତ ହୋଇଗଲା ମାଛ ପକୋଡା ବା ଫିସ୍ ଫିସ ପକୋଡା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ