ଆଜି ଘରେ ବନାନ୍ତୁ ଫିସ୍ ଟିକ୍କା ମସଲା

ରୋଷେଇ: ଭେଜରେ ପନୀର ଟିକ୍କା ଏବଂ ନନଭେଜରେ ଚିକେନ୍‌ ଟିକ୍କା ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଫିସ୍‌ ଟିକ୍କା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

 ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ ମାଛ (କଣ୍ଟା ନଥିବା ପିସ୍‌)
  • ୧ ଚାମଚ୍‌ – ଧନିଆ ପାଉଡର
  • ୧/୨ ଚାମଚ୍‌ – କଳା ଜିରା
  • ୧/୨ କପ୍‌ – ଦହି
  • ୧ ଚାମଚ୍‌ – ଅଦା,ରସୁଣ ପେଷ୍ଟ
  • ୧ ଚାମଚ୍‌ – ଲାଲ ଲଙ୍କା ପାଉଡର
  • ଏକ ଚାମଚ୍‌ – ଗରମ ମସଲା ପାଉଡର
  • ୧/୨ ଚାମଚ୍‌ ସୋରିଷ ପାଉଡର
  • ହଦଳି ଚିମୁଟାଏ
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ଫିସ୍‌ ଟିକ୍କା ମସଲା ବନାଇବା ପାଇଁ ପ୍ରଥମେ ଆମେ ଏହାର ମସଲା ପ୍ରସ୍ତୁତ କରିବା।
  • ଏକ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ, ଲୁଣ, ଲାଲ ଲଙ୍କା ପାଉଡର, ଗରମ ମସଲା ପାଉଡର, ସୋରିଷ ପାଉଡର, ଧନିଆ ପାଉଡର, କଳା ଜିରା ଏବଂ ହଳଦି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ମାଛକୁ ଭଲଭାବେ ଧୋଇ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ମନେ ରଖନ୍ତୁ ଏହି ରେସିପି ବନାଇବା ପାଇଁ ଆପଣଙ୍କୁ ବୋନଲେସ୍‌ ବା କଣ୍ଟା ନଥିବା ମାଛ ନେବାକୁ ହେବ।
  • ଏହି ମାଛରେ ପ୍ରସ୍ତୁତ କରି ରଖିଥିବା ଦହିର ମିଶ୍ରଣକୁ ପକାଇ ଭଲଭାବେ ମିକ୍ସ କରିନିଅନ୍ତୁ।
  • ଏବେ ମସଲା ଲାଗିଥିବା ଫିସକୁ ଅଧା ଘଣ୍ଟା କିମ୍ବା ଗୋଟେ ଘଣ୍ଟା ପାଇଁ ମ୍ୟାରିନେଟ୍‌ କରି ରଖନ୍ତୁ।
  • ଏହାପରେ ମିଡିୟମ୍‌ ଆଞ୍ଚରେ ନନଷ୍ଟିକ ପ୍ୟାନରେ ତେଲ ପକାଇ ଗରମ ହେବାକୁ ଦିଅନ୍ତୁ।
  • ମାଛ ପିସକୁ ଟୁଥପିକ କିମ୍ବା ଷ୍ଟିକ୍ସରେ ଲଗାନ୍ତୁ ଏବଂ ଗରମ ପ୍ୟାନରେ ରଖି ଫ୍ରାଏ କରନ୍ତୁ। ମଝିରେ ମଝିରେ ଏହାକୁ ଓଲଟାଇ ସବୁ ପାଖକୁ ଭଲଭାବେ ଭାଜନ୍ତୁ।
  • ମାଛର ରଙ୍ଗ ସୁନେଲୀ ରଙ୍ଗ ହୋଇ ଆସିଲେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଫିସ୍‌ ଟିକ୍କା ମସଲା। ଏହାକୁ ଆପଣ ସସ୍‌ କିମ୍ବା ଧନିଆ ଚଟଣୀ ସହିତ ସର୍ଭ କରନ୍ତୁ।

 

 

 

Leave A Reply

Your email address will not be published.

ବ୍ରେକିଂ