ମସଲା ଚିଙ୍ଗୁଡି ଫ୍ରାଏ

ଆବଶ୍ୟକ ସାମଗ୍ରୀ-

ଚିଙ୍ଗୁଡି, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, ଧନିଆ ପତ୍ର, ଲେମ୍ବୁ ରସ, ଜିରା, ଧନିଆ, ଶୁଖିଲା ଲଙ୍କା, ରସୁଣ, ଗରମ ମସଲା, ପିଆଜ ।

 

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର ପକାଇ ଗୋଳାଇ ରଖିବେ । ତାପରେ ଶୁଖିଲା ଲଙ୍କା, ଜିରା, ଧନିଆ, ଧନିଆ ପତ୍ର, ଲଙ୍କା ପାଉଡର, ଗରମ ମସଲା, ଲୁଣ, ରସୁଣ ,ଲେମ୍ବୁ ରସକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରି ରଖିବେ । ତାପରେ ଏହି ଗ୍ରାଇଣ୍ଡିଂ ମସଲାକୁ ନେଇ, ରଖିଥିବା ଚିଙ୍ଗୁଡିରେ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ  । ତେଲ ଗରମ ହେବାପରେ ସେଥିରେ ଗୋଳାଇଥିବା ଚିଙ୍ଗୁଡିକୁ ପକାଇ ଫ୍ରାଏ କରିବେ । ଭଲଭାବେ ଏହା ଫ୍ରାଏ ହେବା ପରେ, ଏକ ପ୍ଲେଟକୁ କାଢି ରଖିବେ । ତାପରେ ସେଥିରେ ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଟା ଧନିଆ ପତ୍ର, କଟା ପିଆଜ ପକାଇବେ । ପ୍ରସ୍ତୁତ ହୋଇଗଲା ମସଲା ଚିଙ୍ଗୁଡି ଫ୍ରାଏ । ଏବେ ତା ସହିତ ମନପସନ୍ଦର ସସ୍ ଲଗାଇ ଖାଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ