ଘରେ ପ୍ରସ୍ତୁତ କରନ୍ତୁ ମସଲା ରୁଟି

ଆବଶ୍ୟକ ସାମଗ୍ରୀ

ଅଟା, ଲୁଣ, ଘିଅ, ଜିରା, ଲଙ୍କା ପାଉଡର, ଶୁଖିଲା ଧନିଆ ପତ୍ର, ଶୁଖିଲା ପୁଦିନା ପତ୍ର, ହିଙ୍ଗୁ, ଆମଚୁର ପାଉଡର, ଜିରା ପାଉଡର, ଚାଟ୍ ମସଲା, କଳା ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ଲୁଣ, ଜିରା, ଘିଅ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ଅଳ୍ପ ପାଣି ପକାଇ ଅଟାକୁ ଭଲଭାବେ ଚକଟି ଘୋଡାଇ ରଖିବେ । ଏହାପରେ ଆଉ ଏକ ପାତ୍ରରେ ଶୁଖିଲା ଧନିଆ ପତ୍ର , ଶୁଖିଲା ପୁଦିନା ପତ୍ର , ଜିରା ପାଉଡର, ଚାଟ୍ ମସଲା, ଆମଚୁର ପାଉଡର, ହିଙ୍ଗୁ, କଳା ଲୁଣ ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଘୋଡାଇ ରଖିଥିବା ଅଟାକୁ ବାହାର କରି , ହାତରେ ଗୋଳା ପ୍ରସ୍ତୁତ କରି, ଶୁଖିଲା ଅଟା ଲଗାଇ ରୁଟି ବେଲିବେ ।

ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇବେ । ପ୍ୟାନ୍ ଗରମ ହେବାପରେ ସେଥିରେ ରୁଟି ପକାଇ ସେକିବେ । ଉଭୟ ପାଖ ଭଲଭାବେ ସେକିହେବା ପରେ, ଏକ ପ୍ଲେଟକୁ କାଢି ତା ଉପରେ ଘିଅ ଲଗାଇବେ । ଏହାପରେ ତା ଉପରେ ପ୍ରସ୍ତୁତ କରିଥିବା ମସଲା ଏବଂ ହାଲ୍‌କା ଲଙ୍କା ପାଉଡର ପକାଇବେ । ପ୍ରସ୍ତୁତ ହୋଇଗଲା ମସଲା ରୁଟି । ଏବେ ଏହାକୁ ଯେ କୌଣସି ଭଜା କିମ୍ବା ତରକାରୀ ଲଗାଇ ଖାଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ