ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ଚାପରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ କାର୍ଯ୍ୟ

କାର୍ଯ୍ୟ ଚାପ, ସାମାଜିକ-ପାରିବାରିକ କାରଣରୁ ଚାପଗ୍ରସ୍ତ କିମ୍ବା ଚିନ୍ତିତ ଅନୁଭବ କରିବା ସ୍ୱାଭାବିକ । ଯଦି ଏହି ସମସ୍ୟା ଆପଣଙ୍କ ପାଇଁ ସର୍ବଦା ରହିଥାଏ ଏବଂ ଏହା ଆପଣଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ, ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ପରେ ଲୋକଙ୍କ ମନରେ ଅନିଶ୍ଚିତତା ହେତୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବଢିଚାଲିଛି। ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୦ ଅକ୍ଟୋବରକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଭାବରେ ପାଳନ କରାଯାଏ ।

୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ ହଣ୍ଟ ଓ ଓ୍ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍‌ ମେଣ୍ଟାଲ ହେଲ୍‌ଥର ମିଳିତ ଉଦ୍ୟମରେ ଏହି ଦିନ ପାଳନ କରାଯାଇଥିଲା। ତେବେ ୧୯୯୪ରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ତେବେ ଚାପରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ କାର୍ଯ୍ୟ

  • ପ୍ରତିଦିନ କିଛି ସମୟ ପାଇଁ ନିଜକୁ ସମସ୍ତ ପ୍ରସଙ୍ଗରୁ ଦୂରେଇ ରଖନ୍ତୁ। ଦିନସାରାର କାମ, ଚିନ୍ତା ଏହି ସବୁଥିରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବ। ଫଳରେ ଆପଣ ହାଲକା ଅନୁଭବ କରିବେ।
  • ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ି ପାରିବେ। କିଛି ଲେଖାଲେଖି କରିବା ଅଭ୍ୟାସ ମଧ୍ୟ କରିବା ଦରକାର।
  • ଅନେକ ସର୍ଭେରୁ ଜଣାପଡ଼ିଛି ଯେ ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହି ଉପାୟ ଆପଣେଇ ପାରିବେ।
  • ମର୍ଣ୍ଣିଂଓ୍ୱାକ୍‌ କରିପାରିବେ। ଏହାଦ୍ୱାରା କିଛି ସମୟ ଖୋଲାରେ ବିତାଇ ପାରିବେ।
  • ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଏହି ଦିନ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଏଥସହ ଗେମ୍‌ ମଧ୍ୟ ଖେଳନ୍ତୁ।
Leave A Reply

Your email address will not be published.

ବ୍ରେକିଂ