ବନ୍ଦ କୋଠାଘରୁ ନରକଙ୍କାଳ ଉଦ୍ଧାର

ଜଗତସିଂହପୁର : ବନ୍ଦ କୋଠାଘରୁ ଉଦ୍ଧାର ହେଲା ନରକଙ୍କାଳ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କିଆଡିଙ୍ଗିରି ବ୍ରାହ୍ମଣସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗ୍ରାମର ସରୋଜ ମିଶ୍ରଙ୍କ ଘରୁ ଏହି ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଘରମାଲିକ କଟକରେ ରୁହନ୍ତି । ସେପଟେ ଘରଟି ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ଦିନରୁ ବନ୍ଦ ପଡିଥିଲା । ଘରମାଲିକ ଗତକାଲି ଗ୍ରାମକୁ ଆସି ଘର ଖୋଲିଲା ବେଳକୁ ଘରେ ନରକଙ୍କାଳ ପଡିଥିବା ଏବଂ ଦୁର୍ଗନ୍ଧ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଏରସମା ପୋଲିସକୁ ଏନେଇ ଖବର ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ