ପୋଖରୀରୁ ମଣିଷ କଙ୍କାଳ ଉଦ୍ଧାର

ଯାଜପୁର : ପରିତ୍ୟକ୍ତ ପୋଖରୀରୁ ମଣିଷ କଙ୍କାଳ ଉଦ୍ଧାର ।  ଯାଜପୁର ସଦର ଥାନା କପିଳେଶ୍ଵର ବଣିଆପଡାର ଏକ ପଖୋରୀରୁ ଏହି ମଣିଷ କଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଯାଜପୁର ସଦର ଥାନା ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଙ୍କାଳ ବେକରେ ଏକ ଓଢ଼ଣୀ ବନ୍ଧା ହୋଇଛି । କଙ୍କାଳଟି ଦଶରଥପୁର ବ୍ଲକ ଖଣ୍ଡରା ଗ୍ରାମର ଶୁଭଶ୍ରୀ ରାଉତଙ୍କର ବୋଲି ତାଙ୍କ ମା’ ଦାବି କରିଛନ୍ତି। ଓଢଣୀକୁ ଦେଖି ତାଙ୍କ ମା’ ଏହି ଦାବି କରିଛନ୍ତି। ଗତ ଅକ୍ଟୋବର ମାସ ୨ ତାରିଖରେ ଶୁଭଶ୍ରୀ ନିଖୋଜ ଥିଲେ ।

ତେବେ ପୋଖରୀରେ ପାଣିଥିବା ବେଳେ ପ୍ରାୟ ମାସକ ତଳେ କେହି ଏହି ମୃତ ଦେହକୁ ହତ୍ୟା କରି ଏଠାରେ ପକାଇ ଦେଇଥିବା ଆଲୋଚନା ହେଉଛି। ପୋଲିସ ମୃତ ଶରୀ ର ପରିଚୟ ଜାଣିବା ଲାଗି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

ବ୍ରେକିଂ