ହଙ୍ଗାମା-୨ ର ଟ୍ରେଲର ରିଲିଜ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ କମେଡି ଫିଲ୍ମ ହଙ୍ଗାମା-୨ ର ଟ୍ରେଲର ରିଲିଜ ହୋଇଛି । ଖୁବ୍ ହସ ମଜାକରେ ଭରପୁର ଏହି କମେଡି ଫିଲ୍ମରେ ଶିଳ୍ପାଙ୍କ ସହ ପରେଶ ରାୱଲ, ମିଜାନ ଜାଫରି, ଆଶୁତୋଷ ରାଣା ତଥା ପ୍ରଣିତା ସୁଭାଷ ମୁଖ୍ୟ ଭୂମିକାରେ ନଜର ଆସିବେ । ଟ୍ରେଲରଟି ବହୁତ ମଜାଦାର ରହିଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । 

ଏହି କମେଡି ମୁଭିର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ବଢି ଯାଇଛି । ଏଥିରେ ପରେଶ ରାୱଲଙ୍କ ଅଭିନୟ ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଛି । ଏହି ୩ ମିନିଟର ଟ୍ରେଲରରେ ପ୍ରଣିତା ସୁଭାଷ ଏକ ଶିଶୁଙ୍କୁ ଧରି ପ୍ରଥମେ ଏଣ୍ଟ୍ରି କରୁଥିବା ବେଳେ ମିଜାନଙ୍କ ଘରକୁ ଯାଇ ଆଶୁତୋଷ ରାଣାଙ୍କୁ କହୁଛନ୍ତି ସେ ଓ ମିଜାନ କଲେଜରେ ପରସ୍ପରକୁ ଭଲ ପାଉଥିଲେ ଓ ଏହି ଶିଶୁ ସେମାନେ ଦୁଇ ଜଣଙ୍କର । ଏହାପରେ ଓକିଲ ଅର୍ଥାତ୍ ପରେଶ ରାୱାଲଙ୍କ ଏଣ୍ଟ୍ରି ହେବା ସହ ଆରମ୍ଭ ହେଉଛି କମେଡି । ଏଥିରେ ଶିଳ୍ପା ପରେଶଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି ।

ଏହା ହଙ୍ଗାମା ପ୍ରଞ୍ଚାଇଜର ଦ୍ୱିତୀୟ ମୁଭି । ୨୦୦୩ ରେ ହଙ୍ଗାମା ମୁକ୍ତ କରିଥିଲା।  ଅକ୍ଷୟ ଖାନ୍ନା, ପରେଶ ରାୱଲ, ଆଫତାବ ଶିବଦାସାନି ଏବଂ ରିମି ସେନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.

ବ୍ରେକିଂ