ଆଇସିସି ଦିନିକିଆ ତାଲିକାରେ ଟପ ୨୦ରେ ଧାୱନ ଓ ଚହଲ

ଦୁବାଇ: ଆଇସିସି ଦିନିକିଆ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଫଳରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲ ଉନ୍ନତି ଘଟି ଟପ ୨୦ତମ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଟିଂ ତାଲିକାରେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଚହଲ ୨୦ତମ ସ୍ଥାନକୁ ଉଠିଥିବାବେଳେ ଯଶପ୍ରୀତ୍‌ ବୁମରାଙ୍କ ଷଷ୍ଠ ସ୍ଥାନ ଅପରିବର୍ତ୍ତିତ ରହିଛି ।

ଘରୋଇ ଶ୍ରୀଲଙ୍କା ବିପକ୍ଷ ଚଳିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଧାୱନ ଅପରାଜିତ ୮୬ରନ୍‌ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ବ୍ୟାଟିଂ ମାନ୍ୟତା ତାଲିକାରେ ୨ଟି ସ୍ଥାନ ଉନ୍ନତି ଘଟାଇ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନର ବାବର ଆଜମ (୮୭୩ ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ କୋହଲି (୮୪୮ ପଏଣ୍ଟ) ଦ୍ୱିତୀୟ ଓ ରୋହିତ (୮୧୭ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି ।

ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୩୭ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଆଫଗାନିସ୍ତାନର ମୁଜିବ ଉର ରେହମାନ (୭୦୮) ଓ ଇଂଲଣ୍ଡର କ୍ରିସ୍‌ ୱକ୍ସ (୭୦୦) ଗୋଟିଏ ଲେଖାଏଁ ସ୍ଥାନ ଉଠି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ସ୍ପିନର ଚହଲ ୪ଟି ସ୍ଥାନ ଉନ୍ନତି ଘଟାଇ ୨୦ତମ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ