ଆସନ୍ତାକାଲି ଦିନ ୩ଟାରେ ଆଇସିଏସ୍ଇର ୧୦ମ ଓ ଆଇଏସସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ । ଏନେଇ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।  ଦିନ ୩ଟାରେ ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବ। ଆଜି ଏ ସମ୍ପର୍କରେ ଆଇଏସ୍‌ସି ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷାର ରେଜଲ୍ଟ ଅଫିସିଆଲ ୱେବସାଇଟ୍‌ https://www.cisce.org.ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.cisce.org or www.results.cisce.org ଯାଇ ନିଜର ରେଜଲ୍ଟ  ଜାଣିପାରିବେ । ବୋର୍ଡର ହୋମପେଜ୍‌କୁ ଯିବା ପରେ ରେଜଲ୍ଟ ୨୦୨୧କୁ କ୍ଲିକ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ। ଇଣ୍ଟରନାଲ ଆସେସମେଣ୍ଟ ଦ୍ୱାରା ପିଲାମାନଙ୍କୁ ମାର୍କ ଦିଆଯିବ। ମାର୍କକୁ ନେଇ ଯଦି କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିବେ ତେବେ ସେମାନେ ନିଜର ସ୍କୁଲରେ ଏନେଇ ଅଭିଯୋଗ କରିପାରିବେ।
ବୋର୍ଡ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।

Leave A Reply

Your email address will not be published.

ବ୍ରେକିଂ