ବାତ୍ୟା ନୁହେଁ, କେବଳ ବର୍ଷା ହେବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗି ରହିବ । ଏନେଇ ଆଇଏମଡି ଡିଜିଙ୍କ ସୂଚନା ।

ବାତ୍ୟା ଆଶଙ୍କାକୁ ଖଣ୍ଡନ କରି ଆଇଏମଡି ଡିଜି କହିଛନ୍ତି, ବାତ୍ୟାର ପୂର୍ବାନୁମାନ ନାହିଁ ବୋଲି ଆଇଏମଡି ପୂର୍ବରୁ କହିଛି । କେବଳ ଲଘୁଚାପ ନେଇ ପୂର୍ବାନୁମାନ କରିଥିଲୁ । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ । ୧୪, ୧୫ ଓ ୧୬ ତାରିଖ ଓଡିଶାରେ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ବଡ ବର୍ଷାର ସମ୍ଭାବନା ରହିଛି ।

Leave A Reply

Your email address will not be published.

ବ୍ରେକିଂ