ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର:  କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ଲାଗି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ଆଉ କିଛି ଟ୍ରେନକୁ ଆାଂଶିକ ବାତିଲ ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ଜୁନ ୨୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା –

୧ – ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ।
୨ – ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ
୩ – ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ବିଶେଷ ଟ୍ରେନ
୪ – ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ
୫ – ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
୬ – ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ
୭ – ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ସେହିପରି ଜୁନ ୨୧ ତାରିଖରୁ ଜୁଲାଇ ପହିଲା ମଧ୍ୟରେ ବାତିଲ ହୋଇଥିବା ବିଶେଷ ଟ୍ରେନ ଗୁଡିକ ହେଲା – ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ । ଏହି ଟ୍ରେନ୍ ବିଶାଖାପାଟନମରୁ ୨୧ ଜୁନରୁ ୩୦ ଜୁନ୍ ଓ ରାୟପୁରରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଏ ରହିବ । ୦୮୫୧୫/୦୮୫୧୬ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍, ବିଶାଖାପାଟନମ୍ ଠାରୁ ଜୁନ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଲ ହୋଇଛି । ସେହିପରି ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ୨୧ ଜୁନରୁ ଏବଂ ଜଗଦଲପୁରରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଲ ହୋଇଛି । ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ ଜୁନ ୨୧ରୁ ଓ କାଚେଗୁଡାରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଲ ହୋଇଛି । ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୨୧ ଜୁନରୁ ଓ କଡପା ଠାରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଲ ହୋଇଛି । ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଓ ଲିଙ୍ଗମପଲ୍ଲୀରୁ ୨୨ ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ ରହିବ ।

ସେହିପରି ଶନିବାର ଏବଂ ରବିବାରରେ ବାତିଲ୍ କରାଯାଇଥିବା ଟ୍ରେନ ଗୁଡିକ ହେଲା –
୧ – ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ
୨ – ୦୮୪୩୩/୦୮୪୩୪ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ
୩ – ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ

ଏହାଛଡ଼ା ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଜୁନ ୨୧ରୁ ଜୁନ୍ ୨୫ ଓ ଜୁନ୍ ୨୮ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ । ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟର ଖୋଲା ରହିବ ବୋଲି କହିଛି ରେଳ ବାଇ ।

Leave A Reply

Your email address will not be published.

ବ୍ରେକିଂ