ଦେଶରେ ୨୪ ଘଣ୍ଟାରେ ୪୪,୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ଏବଂ ବୃଦ୍ଧି ଜାରି ରହିଛି । ମଙ୍ଗଳବାର  ଦୈନିକ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ବେଳେ ବୁଧବାର ଏହା ପୁଣି ଥରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ  ୪୪ ହଜାର ୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨ ଲକ୍ଷ ଅତିକ୍ରମ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୪୪ ହଜାର ୩୭୬ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣ ସଖ୍ୟା ୯୨,୨୨,୨୧୭ କୁ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୪୮୧ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯ କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୬ ଲକ୍ଷ ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ୩୭,୮୧୬ ରୋଗୀ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୬ ଲକ୍ଷ ୪୨ ହଜାର ୭୭୧କୁ ବୃଦ୍ଧି ପାଇଛି। ସେପଟେ  ସକ୍ରିୟ ସଂଖ୍ୟା ପାଞ୍ଚ ଲକ୍ଷରୁ କମ୍ ରହିଛି। ବର୍ତ୍ତମାନ ଦେଶରେ ସକ୍ରିୟ ସଂଖ୍ୟା ୪ ଲକ୍ଷ ୪୪ ହଜାର ୭୪୬ରହିଛି ।

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ