ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ବିଜୟ ପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀ ୫ରୁ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଇଂଲଣ୍ଡ ବିପକ୍ଷରେ ଭାରତ ଘରୋଇ ମାଟିରେ ଏହି ସିରିଜ୍ ଖେଳିବ । ଏଥିପାଇଁ ପ୍ରଥମ ୨ଟି ଟେଷ୍ଟ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି ।
TEAM – Virat Kohli (Capt), Rohit Sharma, Mayank Agarwal, Shubman Gill, Cheteshwar Pujara, Ajinkya (VC), KL Rahul, Hardik, Rishabh Pant (wk), Wriddhiman Saha (wk), R Ashwin, Kuldeep Yadav, Axar Patel, Washington Sundar, Ishant Sharma, Jasprit Bumrah, Md. Siraj, Shardul Thakur
— BCCI (@BCCI) January 19, 2021
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶଙ୍କୁ ୧୮ ଜଣିଆ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ପାଇଁ ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦଳରେ ନିଆଯାଇ ନାହିଁ । ଅଷ୍ଟ୍ରେଲିଆ ସିରିଜରେ ଆହତ ହୋଇ ଖେଳିପାରିନଥିବା ଈଶାନ୍ତ ଶର୍ମା ପୁଣି ଦଳକୁ ଫେରିଛନ୍ତି । ହାର୍ଦ୍ଦିକ ପାଣ୍ଡିଆ, ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ଦିଆଯାଇଛି ।
ଅଷ୍ଟ୍ରେଲିଆ ସରିଜରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ଯଶପ୍ରିତ ବୁମରା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଛୁଟି ନେଇ ଅଷ୍ଟ୍ରେଲିଆ ସିରିଜର ଶେଷ ତିନୋଟି ଟେଷ୍ଟ ମ୍ୟାଚକୁ ଖେଳିପାରିନଥିବା ନିୟମିତ ଅଧିନାୟକ ଏହି ଟିମର ନେତୃତ୍ୱ ନେବେ ।
ଘୋଷିତ ଭାରତୀୟ ଦଳ:- ବିରାଟ କୋହଲି (ଅଧିନାୟକ ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡିଆ, ରିଷଭ ପନ୍ତ , ରିଦ୍ଧିମାନ ସାହା , ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର