ଇଂଲଣ୍ଡ-ଭାରତ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩୯/୧ , ବିଜୟ ପାଇଁ ଦରକାର ଆଉ ୩୮୧ ରନ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଥିଲା । ୪୨୦ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୩୯ ରନ କରିଛି।

କ୍ରିଜରେ ଶୁବମାନ ଗିଲ୍ ୧୫ ଓ ଚେତେଶ୍ଵର ପୂଜାରା ୧୨ ରନ କରି ଅପରାଜିତ ଅଛନ୍ତି । । ତେବେ, ଏକମାତ୍ର ବ୍ୟାଟସମ୍ୟାନ ଭାବେ ରୋହିତ ଶର୍ମା ୧୨ ରନ କରି ପାଭିଲିୟନ ଫେରିଛନ୍ତି । ଶେଷ ଦିନ ଅର୍ଥାତ ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୩୮୧ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ବିଜୟ ପାଇଁ ଦରକାର ୯ ଓ୍ଵିକେଟ୍।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ  ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଛି । ଫଳରେ ଟିମ୍ ଇଣ୍ଡିଆ ଆଗରେ ୪୨୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଥିବା ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୭୮ ରନରେ ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚମତ୍କାର ବୋଲିଂ କରି ୬ଟି ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଆଜି ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୮୫ ରନର ଇନିଂସ୍ ଖେଳିଥିବା ବେଳେ ତାଙ୍କ ସହ ଅଶ୍ୱିନ୍ (୩୧) ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୮୦ ରନର ପାର୍ଟନରଶିପ୍ କରିଥିଲେ । ଫଳରେ ଭାରତ ଦ୍ୱିତୀୟ ଇନିଂସରେ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇପାରିଥିଲା ।

ତେବେ, ଆସନ୍ତା କାଲି ହେଉଛି ମ୍ୟାଚର ପଞ୍ଚମ ଦିନ ଅବା ଅନ୍ତିମ ଦିନ । ଉଭୟ ଦଳ ପାଖରେ ଏହି ମ୍ୟାଚକୁ ଜିତିବାକୁ ସୁଯୋଗ ରହିଛି ।  ଭାରତ ଆସନ୍ତା କାଲି ବିଜୟର ଲକ୍ଷ ନେଇ ପଡିଆରେ ବ୍ୟାଟିଙ୍ଗ ଜାରି ରଖିବ ।

Leave A Reply

Your email address will not be published.

ବ୍ରେକିଂ