କନ୍ୟା ସନ୍ତାନର ବାପା ହେଲେ ଉମେଶ

ନୂଆଦିଲ୍ଲୀ : ଫ୍ୟାନ୍ସଙ୍କ ସହ ଖୁସି ଖବର ଶେୟାର କଲେ ଭାରତୀୟ କ୍ରିକେଟର ଉମେଶ ଯାଦବ । କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଏହି କ୍ରିକେଟର  ।

 

ରାଜକୁମାରୀଙ୍କୁ ଦୁନିଆକୁ ସ୍ୱାଗତ। ତୁମେ ଏଠାରେ ଥିବାରୁ ମୁଁ ଉତ୍ସାହିତ ବୋଲି ଟୁଇଟ୍‌ କରିଛନ୍ତି ଉମେଶ।   ୨୦୧୩ରେ ତାନ୍ୟା ୱାଧୱାଙ୍କୁ ବିବାହ କରିଥିଲେ ଉମେଶ।

ତେବେ ନିଜର ରାଜକୁମାରୀଙ୍କ ସହ ଟାଇମ ସ୍ପେଣ୍ଡ କରିବାକୁ ଉମେଶଙ୍କୁ ସମୟ ମିଳିଯାଇଛି।କାରଣ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ରୁ ଆହତ ସମସ୍ୟା କାରଣରୁ ଉମେଶ ବାଦ୍‌ ପଡିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ