ଦେଶ ଦେଖିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦେଶକ

ନୂଆଦିଲ୍ଲୀ: ଦେଶ ଦେଖିପାରେ କରୋନାର ତୃତୀୟ ଲହର। ଏପରି ଚେତାବନୀ ଦେଇଛନ୍ତି ଏମ୍‌ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ। ଯଦି ଏହି ଭୂତାଣୁ ଆଗକୁ ବଢ଼ିଚାଲେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏହାକୁ ନରୋକିପା‌ରେ ତେବେ, ଦେଶ କରୋନାର ତୃତୀୟ ଲହର ଦେଖିବାର ସମ୍ଭାବନା ରହିଛି ବୋଲି ଡା. ରଣଦୀପ ଗୁଲେରିଆ ଚେତାବନୀ ଦେଇଛନ୍ତି।

ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଁ ଏକ ଲକଡାଉନ୍‌ର ଆବଶ୍ୟକ ରହିଛି ବୋଲି ଡା. ରଣଦୀପ ଗୁଲେରିଆ କହିଛନ୍ତି। ଗୁଲେରିଆ କହିଛନ୍ତି, “ଏଠାରେ ତିନୋଟି ଜିନିଷକୁ ଦେଖିବା ଆବଶ୍ୟକ। ପ୍ରଥମଟି ହସ୍ପିଟାଲର ଭିତ୍ତିଭୂମିରେ ଉନ୍ନତି ଆଣିବା। ଦ୍ବିତୀୟଟି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବା ଏବଂ ତୃତୀୟଟି ହେଉଛି ଟିକା କରଣ।

ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବାକୁ ପଡ଼ିବ। ଯଦି ଆମେ ମଣିଷ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖୁ ତେବେ ମାମଲା ହ୍ରାସ ହେବାର ସମ୍ଭାବନା ଅଛି।” ନଚେତ୍ ଦେଶ ଆଉ ଏକ ତରଙ୍ଗ ଦେଖିବବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛନ୍ତି ଡା. ଗୁଲେରିଆ। ତେଣୁ ଏହି ସମୟରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ଡା. ଗୁଲେରିଆ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ