ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି କ୍ରିକେଟ୍ ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଅକ୍ଟୋବର ୧୭ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର  । ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ICC ଆକ୍ଟିଂ ଚିଫ୍‌ ଏକ୍ୟୁଟିଭ ଜିଓଫ୍‌ ଆଲର୍ଡିସ୍‌ କହିଛନ୍ତି ଯେ, ରାଉଣ୍ଡ-୧ ମୁକାବିଲା ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୮ଟି ଟିମ୍‌ ସାମିଲ ହୋଇଛନ୍ତି। ସେମାନଙ୍କୁ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ଏରେ ଶ୍ରୀଲଙ୍କ, ଆୟର୍ଲାଣ୍ଡ, ନେଦରଲାଣ୍ଡ ଓ ନାମ୍ବିବିଆ ଥିବା ବେଳେ ଗ୍ରୁପ୍‌ ବିରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗୁନିଆ, ଓମାନ ରହିଛନ୍ତି। ଗ୍ରୁପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ୍‌-୨ ଟିମ୍‌ ସୁପର ୧୨ ମୁକାବିଲାରେ ପ୍ରବେଶ କରିବେ।

ଏଥିସହିତ ସୁପର-୧୨ ମୁକାବିଲାକୁ ୨ଟି ଗ୍ରୁପରେ ବିଭକ୍ତ କରିଛି ଆଇସିସି। ଗ୍ରୁପ୍-ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଥିବାବେଳେ ଆଉ ୨ଟି ଟିମ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପରେ ସାମିଲ ହେବେ। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍-ଏର ବିଜେତା ଓ ଗ୍ରୁପ୍-ବିର ରନର ଅପ୍ ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ଏରେ ସାମିଲ ହେବେ।

ସେହିପରି ଗ୍ରୁପ୍-ବିରେ ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ଅଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍-ଏର ରନର ଅପ୍ ଓ ଗ୍ରୁପ୍-ବିର ବିଜେତା ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ବି ରେ ସାମିଲ ହେବେ। ଏନେଇ ଶୁକ୍ରବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ