ଦେଶରେ ଦିନକରେ ୪୧ ହଜାର ୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତେବେ  ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ କୁ ବୃଦ୍ଧି ପାଇଛି।

ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୯,୩୯୪ ଥିବା ବେଳେ ସୁସ୍ଥ ସଂଖ୍ୟା  ୩,୦୪,୨୯,୩୩୯ ରହିଛି । ସେହିପରି ଏପର୍ଯ୍ୟନ୍ତ ଦେଶରେ ୪୧ କୋଟି ୭୮ ଲକ୍ଷ ୫୧ ହଜାର ୧୫୧ ଡୋଜ ଟିକାକରଣ ହୋଇସାରିଲାନି ।

ସେହିପରି ଦେଶରେ ଦିନକରେ ୫୦୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ