ଦେଶରେ ଦିନକରେ ୧ ଲକ୍ଷ ୨୬ ହଜାର ୭୮୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ।  ତୃତୀୟ ଥର ପାଇଁ ଦେଶରେ ଦିନକରେ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮୫ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସର୍ବିଶେଷ ତଥ୍ୟ ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୨୮,୫୭୪ କୁ ବୃଦ୍ଧି ପାଇଛି । ସେହିପରି କୋଭିଡଜନିତ ମୃତ୍ୟୁ ସଂଖ୍ୟା ୧,୬୬,୧୭୭ କୁ ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ୫୯,୨୫୮ କରୋନା ରୋଗୀ ସୁସ୍ଥ ହେବା ପରେ ନିଜ ଘରକୁ ଫେରିଛନ୍ତି । ଏଥିସହ ଦେଶରେ ମୋଟ ସୁସ୍ଥ ସଂଖ୍ୟା   ୧,୧୮,୫୧,୩୯୩ କୁ ପହଞ୍ଚିଛି । ଦୈନନ୍ଦିନ ରେକର୍ଡ ହେଉଥିବା ନୂତନ କରୋନା ମାମଲା ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ଅଧା ଅଟେ। ବର୍ତ୍ତମାନ ଦେଶରେ ସକ୍ରିୟ ସଂଖ୍ୟା ୯,୧୦,୩୧୯ କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯,୦୧,୯୮,୬୭୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ