୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ସମେତ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହା ସହିତ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୦୯,୭୭,୩୮୭ କୁ ବୃଦ୍ଧି ପାଇଛି । ସେହିପରି  ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୧୦୧ ରୋଗୀଙ୍କର ମୃତ୍ୟୁ ଘଟିଛି । ଏଥିସହ ଦେଶରେ ମୃତ୍ୟୁସଂଖ୍ୟା ସଂଖ୍ୟା ୧,୫୬,୨୧୨ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪  ଘଣ୍ଟା ମଧ୍ୟରେ ୧୦,୩୦୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧,୦୬,୭୮,୦୪୮ କୁ ପହଞ୍ଚିଛି । ଦୀର୍ଘ ଦିନ ଧରି ଦୈନିକ ଆକ୍ରାନ୍ତ ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିଲା । ହେଲେ ଗତ ୨ ଦିନ ହେବ  ଦୈନିକ ଆକ୍ରାନ୍ତ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଏଥି ସହିତ ମହାରାଷ୍ଟ୍ର ଏବଂ କେରଳର ଅବସ୍ଥା ବିଗିଡି ଯାଉଛି।

ଦେଶରେ କୋଭିଡ ଟୀକାକରଣ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧,୦୭,୧୫,୨୦୪ କରୋନା ଟିକା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ