ଦେଶରେ ଦିନକରେ ୧୪ ହଜାର ୩୧୩ ଜଣ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଆଜି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ଘଟିଛି।  ମାର୍ଚ୍ଚ ମାସ ପରେ ଆଜି ସବଠାରୁ କମ ଦୈନିକ ସଂକ୍ରମଣ ରେକର୍ଡ ହୋଇଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହି ସମୟ ମଧ୍ୟରେ ୧୮୧ ଜଣଙ୍କର ମୃତ୍ୟୁ ଘଟିଛି।

ଏଥିସହ  ଦେଶରେମୋଟ କରୋନା ସଂକ୍ରମଣ ମାମଲା ୩,୩୯,୮୫,୯୨୦ ଏବଂ ମୃତ୍ୟୁ ସଂଖ୍ୟା ୪,୫୦,୯୬୩ କୁ ବୃଦ୍ଧି ପାଇଛି।  ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୭୯ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି।ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୩,୨୦,୦୫୭ ରହିଛି।   ବର୍ତ୍ତମାନ ଭାରତରେ ୨,୧୪,୯୦୦ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

ଦେଶର ସକ୍ରିୟ ମାମଲା ମୋଟ କେସ୍‌ର ୧%ରୁ କମ। ବର୍ତ୍ତମାନ ସକ୍ରିୟ ମାମଲାର ହାର ୦.୬୩% ରହିଛି। ଏହା ୨୦୨୦ ମାର୍ଚ୍ଚ ପରେ ସବୁଠାରୁ କମ।

Leave A Reply

Your email address will not be published.

ବ୍ରେକିଂ