ଦେଶରେ ଆଉ ୧୫,୮୨୩ କରୋନା ପଜିଟିଭ ଚିହ୍ନଟ, ୨୨୬ ମୃତ

ନୂଆଦିଲ୍ଲୀ: ଦେଶର ହ୍ରାସ ପାଉଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧୫, ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ୩,୪୦,୦୧,୭୪୩ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୨୨,୮୪୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଦେଶରେ ୨୨୬ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ ୩,୪୦,୦୧,୭୪୩ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୩, ୩୩ ,୪୨,୯୦୧ ଜଣ ସୁସ୍ଥ ହୋଇସାରିଛନ୍ତି ।  ସେହିପରି ୨,୦୭,୬୫୩ ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ ୪,୫୧,୧୮୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଗୋଟିଏ ଦିନରେ ଭାରତରେ ୫୦,୬୩,୮୪୫ ଡୋଜ୍ ଟୀକାକରଣ କରାଯାଇଛି । ଏହାପରେ ଦେଶର ମୋଟ ଟୀକାକରଣ ୯୬,୪୩,୭୯,୨୧୨ରେ ପହଞ୍ଚିଛି ।

Leave A Reply

Your email address will not be published.

ବ୍ରେକିଂ