ଆଜି ଭାରତରୁ ୧୮ ହଜାର ୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୯୭ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ ମାମଲା ।  ଆଜି ଭାରତରେ  ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ ହଜାର ୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ ବୃଦ୍ଧି ପାଇଛି । ସେପଟେ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୯୭ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୮୫୩କୁ ବୃଦ୍ଧି ପାଇଛି ।

ସେହିପରି ଦୈନିକ କେସ୍ ବଢ଼ିବା ପରେ ବର୍ତ୍ତମାନ ୧ଲକ୍ଷ ୮୮ହଜାର ୭୪୭କୁ ବୃଦ୍ଧି ପାଇଛି କୋଭିଡ୍ ଆକ୍ଟିଭ୍ କେସ୍ ।  ଗତ ୨୪ ଘଣ୍ଟାରେ ୧୪ହଜାର ୨୭୮ ସଂକ୍ରମିତ  ଆରୋଗ୍ୟ ଲାଭ କରିଛନ୍ତି ।ମୋଟ ୧କୋଟି ୮ଲକ୍ଷ  ୮୨ହଜାର  ୭୯୮ ଆକ୍ରାନ୍ତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ