ଦିନକରେ ଦେଶରେ ୧୮, ୯୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆସିଲା ଭାରତର ଦୈନିକ ସଂକ୍ରମଣ ରିପୋର୍ଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮, ୯୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯, ୮୦୮ ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ ୨୪୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆଜିର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ୩,୪୦,୨୦,୭୩୦ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ୩, ୩୩,୬୨,୭୦୯ ଜଣ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨,୦୬,୫୮୬ ଟି ସକ୍ରିୟ ମାମଲା ରହିଛି ।

ICMR ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୩,୦୧,୦୮୩ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା । ଅକ୍ଟୋବର ୧୩ ସୁଦ୍ଧା ଦେଶରେ ମୋଟ ୫୮, ୭୬,୬୪,୫୨୫ଟି ସାମ୍ପୁଲ ପରୀକ୍ଷା ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୯୬.୮୨ କୋଟି ଡୋଜ୍ ଲୋକଙ୍କୁ ଦିଆଯାଇଛି  ।

Leave A Reply

Your email address will not be published.

ବ୍ରେକିଂ