ଦେଶରେ ଦିନକରେ ୨୬ ହଜାର ୧୧୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪  ଘଣ୍ଟା ମଧ୍ୟରେ ଦେଶରେ ୨୬,୧୧୫  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫୨  ଜଣଙ୍କର ମୃତ୍ୟୁ ଘଟିଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୫,୦୪,୫୩୪ ଓ ମୃତ୍ୟୁସଂଖ୍ୟା ୪,୪୫,୩୮୫ ରେ ପହଞ୍ଚିଛି।

ଏଥିସହିତ  ୩୪,୪୬୯ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩,୦୯,୫୭୫ ରହିଛି ।  ଏପର୍ଯ୍ୟନ୍ତ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩,୨୭,୪୯,୫୭୪ କୁ ବୃଦ୍ଧି ପାଇଛି। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୧,୮୫,୧୩,୮୨୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। 

ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୧୫,୬୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବାବେଳେ ସଂକ୍ରମଣ ହେତୁ ରାଜ୍ୟରେ ୯୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୫,୨୪,୧୮୫ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୩,୬୮୩ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ