ଦେଶରେ ଦିନକରେ ୨୮,୩୨୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟାରେ ଦେଶରେ ୨୮,୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩,୩୬,୫୨,୭୪୫ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୪୬,୯୧୮ ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୬,୦୩୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୯,୦୨,୩୫୧ରେ ପହଞ୍ଚିଛି। ­­­­­ ସେହିପରି ଦେଶରେ କରୋନାର ୩,୦୩,୪୭୬ ଆକ୍ଟିଭ୍‌ କେସ୍ ରହିଛି।

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୫,୬୦,୮୧,୫୨୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୬୮,୪୨,୭୮୬ ଡୋଜ୍‌ ଟିକା।

Leave A Reply

Your email address will not be published.

ବ୍ରେକିଂ