ଗତ ୨୪ ଘଣ୍ଟାରେ ଦେଶରେ ୩୦,୦୯୩ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ଦ୍ୱିତୀୟ ଲହର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩,୧୧,୭୪,୩୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ରେ ପହଞ୍ଚିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୭,୯୨,୩୩୬ ସାମ୍ପଲ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୪,୭୩,୪୧,୧୩୩ ସାମ୍ପଲ ଟେଷ୍ଟ କରାଯାଇଛି।

ଦେଶରେ ସର୍ବାଧିକ ମହାରାଷ୍ଟ୍ର କରୋନା ଆକ୍ରାନ୍ତଙ୍କ ତାଲିକାରେ ଆଗରେ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୦୧୭ କରୋନା ମାମଲା ଚିହ୍ନଟ ହୋଇଛନ୍ତି।

ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରଦାର ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭ୍ୟାକସିନର ୫୨,୬୭,୩୦୯ ଡୋଜ୍ ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୧.୧୮ କୋଟି ଭ୍ୟାକସିନ୍ ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ