ଦେଶରେ ଦିନକରେ ୩୧,୯୨୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି । ଗତ ୨୪  ଘଣ୍ଟା ମଧ୍ୟରେ ଦେଶରେ  ୩୧,୯୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ୨୮୨ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତରେ ମୋଟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୫,୬୩,୪୨୧ ଓ ମୃତ୍ୟୁସଂଖ୍ୟା  ୪,୪୬,୦୫୦ କୁ ବୃଦ୍ଧି ପାଇଛି ।

ଏଥିସହିତ୩୧,୯୯୦ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩,୨୮,୧୫,୭୩୧ କୁ ବୃଦ୍ଧି ପାଇଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩,୦୧,୬୦୪ ରହିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୩,୩୯,୯୦,୦୪୯ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। 

 

Leave A Reply

Your email address will not be published.

ବ୍ରେକିଂ