ଆଜି ଦେଶରୁ ୩୪୪୫୭ କରୋନା ସଂକ୍ରମିତ ଚିହ୍ନଟ, ୩୫୭ ମୃତ

ନୂଆଦିଲ୍ଲୀ: ଦେଶର୍ କରୋନା ଗ୍ରାଫ ଉପର ତଳ ହୋଇ ରହିଛି । ଗତ ୨୪ ଘଣ୍ଟା ଦେଶରେ ୩୪,୪୫୭ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୭୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୩,୯୩,୨୮୬ ଏବଂ  ମୃତ୍ୟୁସଂଖ୍ୟା ୪,୩୩,୯୪୬ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୬,୩୪୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୫,୯୭,୯୮୨ରେ ପହଞ୍ଚିଛି।ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୬୧,୩୪୦ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୩୬,୩୬,୦୪୩ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୭,୬୧,୧୭,୩୫୦ ଜଣଙ୍କୁ ଟିକା ଦିଆଯାଇସାରିଛି।

Leave A Reply

Your email address will not be published.

ବ୍ରେକିଂ