ଦେଶରେ କରୋନା ସଂକ୍ରମଣ ୨ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ  ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଛି । ତଥାପି ଏହା ୩ ଲକ୍ଷ ୫୦ ହଜାର ତଳକୁ ଖସି ନାହିଁ। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଟପିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୫୭,୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୪୯  ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।  

ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ କୁ ବୃଦ୍ଧି ପାଇଛି । ସେହିପରି ମୋଟ ମୃତ୍ୟୁସଂଖ୍ୟା ୨,୨୨, ୪୦୮ କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଦେଶରେ ୩,୨୦,୨୮୯  ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାପରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧,୬୬,୧୩,୨୯୨ କୁ ବୃଦ୍ଧି ପାଇଛି । ଏବେ ଦେଶରେ ୩୪,୪୭,୧୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ତାରେ ରହିଛନ୍ତି ।

ଏବେସୁଦ୍ଧା ୧୫,୮୯,୩୨,୯୨୧ ଜଣଙ୍କୁ କରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ