ଦେଶରେ ଦିନକରେ ୩୮ ହଜାର ୭୯୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩,୦୯,୪୬,୦୭୪ କୁ ବୃଦ୍ଧି ପାଇଛି। ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୬୨୪କୁ ହ୍ରାସ ପାଇଛି  । ଭାରତରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା  ୪,୧୧,୪୦୮ କୁ ବୃଦ୍ଧି ପାଇଛି। 

ସେପଟେ ଦିନକରେ ୪୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ସୁସ୍ଥବ୍ୟକ୍ତିଙ୍କ ସଂଖ୍ୟା ୩,୦୧,୦୪,୭୨୦ କୁ ପହଞ୍ଚିଛି । ଏବେ ବି ଦେଶରେ ୪,୨୯,୯୪୬ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୭ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୮,୭୬,୯୭,୯୩୫ ଜଣଙ୍କୁ ଟିକା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ