୨୪ ଘଣ୍ଟାରେ ଦେଶରେ ଆଉ ୩୮ ହଜାର ୯୪୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୮ ହଜାର ୯୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷ ୨୬ ହଜାର ୮୨୯କୁ ବୃଦ୍ଧି ପାଇଛି । ସେହିପରି ଦିନକରେ କୋରୋନାରେ ୫୪୨ ଜଣଙ୍କ ମୃତ୍ୟୁ ହୋଇଛି ।  ଦେଶରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୨ ହଜାର ୫୩୧କୁ ବୃଦ୍ଧି ପାଇଛି।

୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ଦେଶର ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୮୭୬ କୁ ବୃଦ୍ଧି ପାଇଛି । ୪ ଲକ୍ଷ ୩୦ ହଜାର ୪୨୨ ଜଣ କୋରୋନ ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ଅଛନ୍ତି। ଦେଶରେ ଏଯାଏ ୩୯ କୋଟି ୫୩ ଲକ୍ଷ ୪୩,୭୬୭ ଡୋଜ ଟିକା ଦିଆଯାଇଛି । 

Leave A Reply

Your email address will not be published.

ବ୍ରେକିଂ