ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ଉପର ମୁହାଁ କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭ କୁ ବୃଦ୍ଧି ପାଇଛି । ଏଥିସହ ଆକ୍ଟିଭ୍ କେସ- ୪,୦୭,୧୭୦ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩,୦୩,୯୦,୬୮୭

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୩,୯୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୮,୪୮୦ରେ ପହଞ୍ଚିଯାଇଛି।

ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୭,୯୨,୩୩୬ ସାମ୍ପଲ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୪,୭୩,୪୧,୧୩୩ ସାମ୍ପଲ ଟେଷ୍ଟ କରାଯାଇଛି।

ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରଦାର ଚାଲିଛି। ଏପର୍ଯ୍ୟନ୍ତ ୪୧ କୋଟି ୫୪ ଲକ୍ଷ ୭୨ ହଜାର ୪୫୫ ଡୋଜ ଟିକାକରଣ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ